Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ତାଲାବନ୍ଦୀ ଦେଖାଇଲା ଚିତ୍ରକଳାର ରାହା : ବିନା ପ୍ରଶିକ୍ଷଣରେ ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଟିକି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ତାଲାବନ୍ଦୀ ଦେଖାଇଲା ଚିତ୍ରକଳାର ରାହା : ବିନା ପ୍ରଶିକ୍ଷଣରେ ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଟିକି

ରାମନାଗୁଡ଼ା,ଏନ୍ଏନ୍ଏସ୍, ପିଲାଟି ଦିନରୁ ଚିତ୍ରକଳା ପ୍ରତି ରହିଛି ଅହେତୁକ ଆଗ୍ରହ। ଆଉ ଏହାକୁ ରାହା ଦେଖାଇଲା ତାଲାବନ୍ଦୀ। କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶରେ ଲକଡାଉନ୍ ରହିଥିଲା। ଲକଡାଉନ୍ ପ୍ରଭାବରେ ଅନେକ ଲୋକଙ୍କର ଜୀବନଜୀବିକା ପ୍ରଭାବିତ ହୋଇଥିଲା। ଅନ୍ୟପଟେ ତାଲାବନ୍ଦୀ ଆଉକିଛି ଲୋକ ସମୟ ନଷ୍ଟ ନକରି ନୂଆକିଛି କରିବାର ପ୍ରୟାସ ଜାରି ରଖିଥିଲେ। ତାଲାବନ୍ଦୀ ସମୟରେ ନିଜ ତୂଳିର ସ୍ପର୍ଶରେ ଖୁବ କମ୍ ସମୟ ମଧ୍ୟରେ ଚିତ୍ର ଆଙ୍କି ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ରାୟଗଡ଼ା ଜିଲ୍ଲା ରାମନାଗୁଡା ଗ୍ରାମର ମାଧବ ସେନାପତିଙ୍କ ଝିଅ ଟିକି ସେନାପତି (୨୩) ତାଲାବନ୍ଦୀ ସମୟରେ ସମୟର ଅପଚୟ ନକରି ଚିତ୍ରକଳା ମାଧ୍ୟମରେ ତାଙ୍କଦ୍ୱାରା ହୋଇଥିବା ସୁନ୍ଦର ସୁନ୍ଦର ଚିତ୍ର ଏବେ ସମସ୍ତଙ୍କ ମନ ମୋହୁଛି। ଗୁଣୁପୁର ମହାବିଦ୍ୟାଳୟରେ ବିଏସିରେ ଉତ୍ତୀର୍ଣ୍ଣ ହେବାପରେ ବର୍ତ୍ତମାନ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି।

 

ପିଲାଟିଦିନରୁ ଚିତ୍ରକଳାପ୍ରତି ଅହେତୁକ ଆଗ୍ରହ ରହିଥିଲେ ମଧ୍ୟ ପାଠପଢ଼ାରେ ବ୍ୟସ୍ତତା ଯୋଗୁଁ ସେ ଚିତ୍ର ଆଙ୍କିବା ପାଇଁ ସମୟ କାଢ଼ି ପାରୁନଥିଲେ। ନିଜଗ୍ରାମଠାରୁ ମହାବିଦ୍ୟାଳୟ ଦୂରରେ ଥିବାରୁ ପାଠପଢାରେ ତାଙ୍କର ସମୟ ଅତିବାହିତ ହେଉଥିଲା। ତେବେ ସମଗ୍ର ଦେଶର ତାଲାବନ୍ଦ ଯୋଗୁଁ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ହେବା ଫଳରେ ଟିକି ଘରେ ପାଠପଢା ବ୍ୟତୀତ ସମୟ ବାହାର କରି ନିଜ ଭିତରେ ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସମୟ ପାଇଥିଲେ। ନିଜ ଗ୍ରାମରେ ମିଳୁଥିବା ଆର୍ଟ ଓ କ୍ରାଫ୍ଟକୁ ବିନିଯୋଗ କରି ଧଳାକାଗଜରେ ନିଜ ତୂଳି ସାହାଯ୍ୟରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କ୍ରିକେଟର ମହେନ୍ଦ୍ର ସିଂ ଧୋନି, ଅଭିନେତ୍ରୀଙ୍କ ସହିତ ବିଭିନ୍ନ ଦେବାଦେବୀଙ୍କ ଆର୍କଷଣୀୟ ଚିତ୍ର ଅଙ୍କନ କରିଛନ୍ତି। ପରବର୍ତ୍ତୀ ସମୟରେ ତାଙ୍କ ଏହି ଚିତ୍ରକଳା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା। ବିନା କୌଣସି ପ୍ରଶିକ୍ଷଣରେ ଟିକିଙ୍କ ଏଭଳି ଚିତ୍ର ଆଙ୍କୁଥିବା ଦେଖି ଲୋକେ ଖୁସି ଅନୁଭବ କରିବା ସହିତ ଏପରିକି ଲୋକେ ନିଜେ ନିଜର ମନ ପସନ୍ଦର ଚିତ୍ର ଆଙ୍କିବା ପାଇଁ ପ୍ରେରଣା ଯୋଗାଇଛନ୍ତି।

ସ୍ଥାନୀୟଲୋକଙ୍କ ପ୍ରେରଣା ଯୋଗୁଁ ଟିକି ଅନେକ ଚିତ୍ରକୁ ଜୀବନ୍ତ କରିବାରେ ସଫଳ ହୋଇଥିଲେ। ତାଙ୍କର ଏହି ପ୍ରତିଭାକୁ ତାଲାବନ୍ଦ ଏକ ସୁଯୋଗ ଆଣିଦେଇଥିବା ଟିକି କହିଛନ୍ତି। ପିଲାଟିଦିନରୁ ସେ ଚିତ୍ର ଆଙ୍କିବା ପାଇଁ ରୁଚି ରହିଥିବା ବେଳେ ପାଠପଢ଼ାରେ ବ୍ୟସ୍ତତା ଭିତରେ ସମୟ ଦେଇ ପାରନଥିଲେ। ଯଦି ସରକାରଙ୍କ ପକ୍ଷରୁ କିଛି ସୁବିଧା ସୁଯୋଗ ମିଳେ ତେବେ ଟିକି ନିଜର ଲୁକ୍କାୟିତ ପ୍ରତିଭାକୁ ଆହୁରି ବିକଶିତ କରିପାରିବେ ବୋଲି ପରିବାର ଲୋକେ କହିଛନ୍ତି।