ଉତ୍ତରାଖଣ୍ଡରେ ଭାଙ୍ଗିଲା ଗ୍ଲେସିୟର, ବହୁ ମାତ୍ରାରେ କ୍ଷତି ଆଶଙ୍କା

ନୂଆଦିଲ୍ଲୀ, ଏଜେନ୍ସି: ଉତ୍ତରାଖଣ୍ଡର ଚମେ।ଲି ଜିଲ୍ଲାରେ ଗ୍ଲେସିୟର ଭାଙ୍ଗି ନିକଟସ୍ଥ ବହୁ ଜିଲ୍ଲା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାର ରେଣୀ ଗ୍ରାମ ନିକଟରେ ଏହି ଗ୍ଲେସିୟର ଭାଙ୍ଗିଥିବା ଦେଖିବାକୁ ମିଳିଛି।

ଫଳରେ ପାୱାର ପ୍ରଜେକ୍ଟ ଋଷି ଗ୍ରାମ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ୫୦ ଜଣ ଭାସିଯାଇଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସ୍ଥିତ ଉପରେ ନିୟନ୍ତ୍ରଣ ହୋଇପାରିନାହିଁ। ତେଣୁ କେତେ କ୍ଷତି ହୋଇଛି ତାହା ଜଣାପଡ଼ିନାହିଁ। ତେବେ ହେି ଘଟଣାରେ ବହୁମାତ୍ରାରେ କ୍ଷତି ହୋଇପାରେବୋଲି ଆଶଙ୍କା କରାଯାଉଛି। ସକାଳ ୮ ଟା ସମୟରେ ଏହି ଘଟଣା ହୋଇଥିଲା।ଜୋଶିମଠ ଓ ଶ୍ରୀନଗର ପର୍ଯ୍ୟନ୍ତ ହାଇଆଲର୍ଟ ଘୋଷଣା କରାଯାଇଛି।