ଦରିଗୁଡ଼ା ଜଙ୍ଗଲ ନିକଟରୁ ହେଟାବାଘ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏନ୍: ମାଲକାନଗିରି ବନାଞ୍ଚଳ ଦରିଗୁଡ଼ା ଜଙ୍ଗଲ ନିକଟରୁ ଆଜି ବନବିଭାଗ ଏକ ହେଟାବାଘ ଆହତ ଅବସ୍ଥାରେ ଉଦ୍ଧାର କରିଛି। ଗତକାଲି ରାତିରେ ହେଟାବାଘଟି ଖାଦ୍ୟ ଅନ୍ୱେଷଣରେ ବହାରିଥିବା ବେଳେ ଦରିଗୁଡ଼ା ଜଙ୍ଗଲ ନିକଟସ୍ଥ ଏକ ଗାତରେ ପଡ଼ିଯାଇଥିଲା। ଗାତରୁ ବାହାରିବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇ ଆହତ ହୋଇଥିବା ଜଣାପଡ଼ିଛି। ସକାଳେ ଗ୍ରାମବାସୀ ହେଟାବାଘକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଫରେଷ୍ଟର ମୂରଲୀଧର ଅନୁଗୁଳିଆ, ମୋହନ ଗୁଡ଼ିଆ, ରାଜେଶ କୁମାର ସେଠୀ, ସୁଧୀର କୁମାର ମୁର୍ମୁ, ସଚ୍ଚିଦାନନ୍ଦ ଜେନା, ରବି ଖଣ୍ଡୁଆଳ, ଦୀପ୍ତୀରଞ୍ଜନ ନାୟକ ପହଞ୍ଚି ଜାଲ ବିଛାଇ ହେଟାବାଘକୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ପରେ ଆହତବସ୍ଥାରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଉଥିବା ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ କହିଛନ୍ତି। ହେଟାବାଘର ମୁଣ୍ଡରେ ଆଘାତ ଲାଗିଛି।