ଝାରସୁଗୁଡ଼ା ବ୍ଲକ ଅଫିସ୍ ଘେରିଲା ଜିଲ୍ଲା ବିଜେପି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରରେ ବିଜୁ ପକ୍କାଘରର ଷ୍ଟିକର ଲଗାଇ ଲୋକଙ୍କୁ ଭ୍ରମତି କରୁଥିବା ଅଭିଯୋଗରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଝାରସୁଗୁଡା ବ୍ଲକ ଅଫିସ ଘେରାଉ କରାଯାଇଛି। ଏହି ଅବସରରେ ବିଜେପି ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଗରିବ ତଥା ବାସହୀନଙ୍କୁ ୨୦୨୨ ସୁଦ୍ଧା ପକ୍କାଘର ଯୋଗାଇଦେବାର ସଙ୍କଳ୍ପ କରିଛନ୍ତି। ଏଥିପାଇଁ ପ୍ରତ୍ୟେକ ଗାଁ ଗଣ୍ଡା, ସହରରେ ଲୋକଙ୍କୁ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତୀ ଆବାସ ଯୋଗାଇ ଦିଆଯାଉଛି।

ଯାହାଫଳରେ ଲୋକେ ଉପକୃତ ହୋଇ ପାରୁଛନ୍ତି। ହେଲେ କେନ୍ଦ୍ର ଅନୁଦାନରେ ନିର୍ମିତ ଏହି ଘର ଉପରେ ବିଜୁପକ୍କା ଘରର ଷ୍ଟିକର ଲଗାଇ ରାଜ୍ୟ ସରାକର ଲୋକଙ୍କୁ ଭ୍ରମିତ କରୁଛନ୍ତି। ଫଳରେ କେନ୍ଦ୍ର ସରକାର ଘର ତିଆରି କରିଥିଲେ ହେଁ ଲୋକେ ଭ୍ରମିତ ହୋଇ ରାଜ୍ୟ ସରକାର ତିଆରି କିରିଥିବା ଭାବୁଛନ୍ତି। ତେବେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହେଉଥିବା ପ୍ରତ୍ୟେକ ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ଲେଖାଯିବା ସହ ଏବେ ପ୍ରଧାନମନ୍ତ୍ରୀ ଆବାସ ଘରେ ଲଗାଯାଇଥିବା ବିଜୁ ପକ୍କା ଘରର ଷ୍ଟିକରଗୁଡିକୁ ବାହାର କରାଯାଉ ବୋଲି ବିଜେପି ଦାବି କରିଛି। ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ବିଜେପି କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିବେ ବୋଲି କହିଛନ୍ତି।