ମାଓବାଦୀଙ୍କ ଚାଲ୍‌ ପଣ୍ଡ, ନିୟମଗିରିରୁ ଟିଫିନ୍ ବୋମା ଉଦ୍ଧାର

ରାୟଗଡା,ଏନ୍ଏନ୍ଏସ୍: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ରାୟଗଡ଼ା ପୋଲିସକୁ ବଡ଼ ସଫଳତା। ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଜୀବନ୍ତ ଟିଫିନ୍ ବୋମା ଉଦ୍ଧାର। କୁମ୍ବିଂ ଅପରେସନ ସମୟରେ ବୋମାଟିକୁ ଉଦ୍ଧାର କରିଛନ୍ତି ଯବାନ। କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଯବାନମାନେ ଏହି ଜୀବନ୍ତ ଟିଫିନ୍ ବୋମା ଜବତ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଆଜି ଏହି ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ବହୁସଂଖ୍ୟକ ସିଆରପିଏଫ, ଡିଭିଏଫ ଏବଂ ବିଏସଏଫ ଯବାନକୁ ପଠାଯାଇ କୁମ୍ବିଙ୍ଗକୁ ଜୋରଦାର କରାଯାଇଛି।