ଭାରତୀୟ ଯୁଦ୍ଧ ଜାହାଜରେ ବିସ୍ଫୋରଣ: ୩ ନୌସେନା କର୍ମଚାରୀ ମୃତ, ଏକାଧିକ ଆହତ

ମୁମ୍ବାଇ,ଏଜେନ୍ସି: ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ‘ଆଇଏନଏସ ରଣବୀର’ରେ ମଙ୍ଗଳବାର ବିସ୍ଫୋରଣ ଘଟଣା ଘଟିଛି। ମୁମ୍ବାଇର ନାଭାଲ ଡକୟାର୍ଡରେ ଥିବାବେଳେ ଏହି ଜାହାଜ ଭିତରେ ଏକ ବଡ଼ଧରଣର ଘଟିବାରୁ  ୩ ଜଣ ନୌସେନା କର୍ମଚାରୀ ପ୍ରାଣ ହରାଇ ଥିବା ବେଳେ ଆହୁରି ଅନେକ ଆହତ ହୋଇଛନ୍ତି। ଆହତ ନୌସେନା କର୍ମଚାରୀ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଘଟଣା ପରେ  ଜାହାଜରେ ଥିବା ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଯଥା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଆଦି ସୁରକ୍ଷିତ ରହିଛି।

ନୌସେନା ଜାହାଜରେ ବିସ୍ଫୋରଣ ଘଟିବା ନେଇ ସୂଚନା ମିଳିବା ପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ନିଆଁ ଲିଭାଯିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ‘ଆଇଏନଏସ ରଣବୀର’କୁ ପୂର୍ବାଞ୍ଚଳ କମାଣ୍ଡରେ ମୁତୟନ କରାଯାଇଥିଲା। ତେବେ ବିସ୍ଫୋରଣର କାଣ ଜଣାପଡ଼ି ନାହିଁ। ନୌସେନା ପକ୍ଷରୁ ଘଟଣାର ତଦନ୍ତ ପାଇଁ ଏକ ବୋର୍ଡ ଅଫ ଇନକ୍ବାରୀ ନିର୍ଦେଶ ଦିଆଯାଇଛି ।