୨୪ ଘଣ୍ଟାରେ ଆମେରିକାକୁ ଟପିଲା ଫ୍ରାନ୍ସ, ୪.୪୭ ଲକ୍ଷ କରୋନା ପଜିଟିଭ୍‌ ଚିହ୍ନଟ

ୱାଶିଂଟନ୍‌/ବ୍ରିଟେନ୍‌,ଏଜେନ୍ସି: କରୋନା ଭାଇରସ୍‌ ଉଭୟ ଆମେରିକା ଓ ଫ୍ୟାନ୍ସରେ ତାଣ୍ଡବ ରଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ତୁଳନାରେ ଫ୍ରାନ୍ସରେ ଅଧିକ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଆମେରିକାରେ ଗୋଟିଏ ଦିନରେ ୪ଲକ୍ଷ ୪୭ ହଜାର ୫୦୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୯୩ ହଜାର ୧୮୩ ଜଣ ସୁସ୍ଥ ହୋଇଥିଲା ବେଳେ ୧୪୭୩ ଜଣଙ୍କର ମୃତ୍ୟୁ ହୋଇଛି।

ଆମେରିକାରେ ଏଯାଏଁ ୬ କୋଟି ୮୫ ଲକ୍ଷ ୯ ହଜାର ୮୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୩୨ ଲକ୍ଷ ୫୮ ହଜାର ୮୫୦ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୭୬ ହଜାର ୯୯୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୨ କୋଟି ୪୩ଲକ୍ଷ ୭୪ ହଜାର ୪୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୫ ହଜାର ୭୯୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୪ ହଜାର ୪୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୧୯ ହଜାର ୪୨୯ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୪୩୮ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪ ଲକ୍ଷ ୬୪ ହଜାର ୭୬୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୧ ଲକ୍ଷ ୪୧ ହଜାର ୮୨୫ ଓ ଆର୍ଜେଣ୍ଟିନାରେ ୧ ଲକ୍ଷ ୨୦ ହଜାର ୯୮୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।