ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେବେ ଶ୍ରମିକ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଯୋଗ ଦେବାକୁ ୮ ହଜାର ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି। ପୁର୍ବରୁ ପ୍ରତିବର୍ଷ ନିମନ୍ତ୍ରିତ ଅଥିତିଙ୍କଠୁ ଏହା ୭୦-୮୦ ପ୍ରତିଶତ କମ୍ ଅଟେ। ଏ ନେଇ ମଙ୍ଗଳବାର ରକ୍ଷା ମନ୍ତ୍ରଳାୟ ସୂଚନା ଦେଇଛନ୍ତି। ଗତ ବର୍ଷ ପ୍ରାୟ ୨୫ ହଜାର ଲୋକେ ପରେଡ୍‌ରେ ଯୋଗ ଦେଇଥିଲେ। ତେବେ ଚଳିତ ବର୍ଷ ସରକାର କିଛି ସ୍ୱତନ୍ତ୍ର ଅତିଥୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି।

ଚଳିତ ବର୍ଷ ନିମନ୍ତ୍ରୀତ ତାଲିକାରେ ଶ୍ରମିକ, ପରିମଳ କର୍ମଚାରୀ, ଆଗ ଧାଡିର ଶ୍ରମିକ, ଅଟୋରିକ୍ସା ଡ୍ରାଇଭରଙ୍କୁ ଅନ୍ତଭୁକ୍ତ କରାଯାଇଛି। ଚଳିତ ବର୍ଷ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଅତିଥିଙ୍କ ସଂଖ୍ୟା କମାଇଦିଆଯାଇଛି ସେହିପରି ଚଳିତ ବର୍ଷ ପରେଡ୍‌ରେ କୌଣସି ଦେଶର ମୁଖ୍ୟ ନେତା ଅଂଶ ଗ୍ରହଣ କରୁନାହାନ୍ତି। ଭାରତ ପକ୍ଷରୁ କେନ୍ଦ୍ରିୟ ଏସିଆର ୫ ଦେଶକୁ ନିମନ୍ତ୍ରଣ ଦେଇଥିଲେ ମଧ୍ୟ ଦେଶରେ କରୋନାର ସ୍ଥୀତିକୁ ନଜରରେ ରଖି ନୂଆଦିଲ୍ଲୀ କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ, ଉଜବେକିସ୍ତାନର ନେତାମାନେ ଆସିବା ନାହିଁ ବୋଲି ସୂଚନା ଦେଇଛନ୍ତି।

କ୍ରମାଗତ ଦ୍ୱିତୀୟ ବର୍ଷ ହେଉଛି ଗଣତନ୍ତ୍ର ଦିବସ ପାଳନ ସମୟରେ ଉଚ୍ଚ ସ୍ତରୀୟ ନେତାଙ୍କ ଗସ୍ତକୁ ବାତିଲ କରିବାକୁ ପଡିଛି। ଗତ ବର୍ଷ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପରେଡ୍ ଉତ୍ସବରେ ଭାଗ ନେବାକୁ ନିମନ୍ତ୍ରଣ ଗ୍ରହଣ କରିଥିଲେ କିନ୍ତୁ କୋଭିଡ ମହାମାରୀର ଦ୍ୱିତୀୟ ଲହର ବିଶ୍ୱର ସବୁଠାରୁ ଭୟଙ୍କର ରୂପ ନେବା ପରେ ଶେଷ ମୁହୂର୍ତ୍ତରେ ଏହି ଗସ୍ତକୁ ବାତିଲ କରିଦିଆଯାଇଥିଲା।