ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଆଜିଠୁ ୩ ଦିନିଆ ଭୂମି ପୂଜନ ଉତ୍ସବ ଆରମ୍ଭ

ଅଯୋଧ୍ୟା,ଏଜେନ୍ସି: ବହୁ ବାଦବିବାଦ ପରେ ପ୍ରତୀକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜିଠାରୁ ୩ ଦିନିଆ ଭୂମି ପୂଜନ ଉତ୍ସବ ଆରମ୍ଭ ହେଉଛି। ଏନେଇ ଭବ୍ୟ ଆୟୋଜନ କରାଯାଇଛି। ଏହି ସମୟରେ ସହରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏନେଇ ସହରର ପ୍ରବେଶ ଦ୍ୱାରକୁ ସିଲ କରାଯାଇଛି।

ମନ୍ଦିର ନିର୍ମାଣ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ପବିତ୍ର ଜଳ ଓ ମାଟି ଅଣାଯାଇ ଭୂମି ପୂଜନରେ ବ୍ୟବହାର କରାଯିବ। ତେବେ ଏହି ଉତ୍ସବ ପାଇଁ ସାରା ଅଯୋଧ୍ୟାକୁ ସଜ୍ଜିତ କରାଯାଇଛି। ସେହିପରି ଆସନ୍ତା ୫ ତାରିଖରେ ମନ୍ଦିର ଶିଳାନ୍ୟାସ ପାଇଁ ମୋଦୀଙ୍କ ଅଯୋଧ୍ୟା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମେ ହନୁମାନ ଗାଦି ଦର୍ଶନ କରିବା ସହିତ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି।