ଗର୍ଭବତୀ ପ୍ରେମିକାକୁ ହତ୍ୟା ଧମକ : ପ୍ରେମିକ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳର ଜଣେ ୨୦ବର୍ଷୀୟା ଯୁବତୀଙ୍କୁ ଦେବଗଡ଼ ଥାନା ଅନ୍ତର୍ଗତ ମିରିଗିଡିଆ ସାହିର ଜଣେ ଯୁବକ ପ୍ରେମ ସମ୍ପର୍କ ରଖି ଗର୍ଭବତୀ କରିବା ପରେ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଅଭିଯୋଗ ପାଇବା ପରେ ପୁଲିସ ଉକ୍ତ ଯୁବକକୁ ଗିରଫ କରିଛି। ସୂଚନା ଅନୁଯାୟୀ ମିରିଗିଡିଆ ସାହିର ପର୍ଶୁ ମୁଣ୍ଡାଙ୍କ ପୁଅ ଶିବା ମୁଣ୍ଡା ଜଣେଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା । ପରେ ପ୍ରେମିକାର ଅନିଚ୍ଛା ସତ୍ୱେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲା। ଯୁବତୀ ଜଣକ ୪ମାସର ଗର୍ଭବତୀ ହେବାପରେ ବିବାହ ପାଇଁ ଜିଦ କରିବାରୁ ପ୍ରେମିକ ଶିବା ପ୍ରେମିକାକୁ ଗର୍ଭସ୍ଥ ଶିଶୁ ଅନ୍ୟ କାହାର କହି ହତ୍ୟା ଧମକ ଦେଇଥିଲା। ଏ ନେଇ ପ୍ରତାରିତା ପ୍ରେମିକା ଜଣକ ଗତକାଲି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ଦେବଗଡ଼ ଥାନା ପୁଲିସ ଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିବାସହ ଶିବାକୁ ଗିରଫ କରିଥିବା ଜଣାପଡିଛି।