କରୋନା ସଚେତନତା ରଥ ଉଦଘାଟିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୟୁନିସେଫର ସହାୟତାରେ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା, ସଂସ୍କୃତି ବିଭାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ତୃତୀୟ ପର୍ଯ୍ୟାୟ କୋଭିଡ ସଚେତନତା ରଥର ଶୁଭାରମ୍ଭ ହୋଇଛି । ମାଲକାନଗିିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଫୁଲ କୁମାର ନନ୍ଦ , ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ଆଦିବାସୀ ନେତା ଘେନୁ ମୁଦୁଲି ଏହି ସଚେତନତା ରଥକୁ ମିଳିତ ଭାବେ ଉଦଘାଟନ କରିଥିଲେ । ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଜିଲ୍ଲାର ପ୍ରତ୍ୟେକ ଗାଁ ଗାଁ ବୁଲି ଏହି ସଚେତନତାର ରଥ ଲୋକଙ୍କୁ କୋଭିିଡ ନିୟମ ବିଷୟରେ ସଚେତନ କରାଇବ। ଏଥିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ନିଗ୍ଧା ଚୌଧୁରୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।