ସମ୍ମାନ ପାଇଁ ଧମକ, ବ୍ଲକ୍‌ ଉପାଧ୍ୟକ୍ଷାଙ୍କ ସ୍ୱମୀଙ୍କ ନାମରେ ଥାନାରେ ଅଭିଯୋଗ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବିଜେପିର ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗକରି ଉପାଧ୍ୟକ୍ଷାଙ୍କ ସ୍ୱାମୀ ଡିଆରଡିଏର ଏପିଡି (ଟ୍ରେନିଂ) ଦୀପକ କୁମାର ବେହେରାଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ ଦେଇଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ବ୍ଲକ୍‌ ଉପାଧ୍ୟକ୍ଷାଙ୍କ ସ୍ୱାମୀ ଯୋଗେଶ ପ୍ରଧାନ। ଆଜି ରାତିରେ ବ୍ଲକ ଅଧକ୍ଷା ବୃନ୍ଦାବତୀ ଭୋଇ ଓ ପତ୍ନୀ ଉପାଧ୍ୟକ୍ଷା ଆରତୀ ପ୍ରଧାନଙ୍କ ସମେତ ନିଜ ସମର୍ଥକଙ୍କ ସହ ଦେବଗଡ଼ ଥାନାକୁ ଆସି ଏପିଡି ଶ୍ରୀ ବେହେରା ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ଜାତିଆଣ ଆକ୍ଷେପ କରି ଅପମାନିତ କରିଥିବା ନେଇ ପାଲଟା ଅଭିଯୋଗ କରିଥିବା ଜଣାପଡିଛି।

ପିଆର୍‌ଆଇ ମେମ୍ବରଙ୍କ ଏକ ପ୍ରଶିକ୍ଷଣ ଶିବିରରେ ଗତକାଲି ବାରକୋଟ ବ୍ଲକ୍‌ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ରଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ବନ୍ଦାପନା କରାଯାଇ ତାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିବା ବେଳେ ତିଳେଇବଣି ବ୍ଲକ୍‌ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇଙ୍କୁ ପ୍ରଶୀକ୍ଷଣ ଶିବିରରେ ଡକାଯାଇଥିଲେ ମଧ୍ୟ ତାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇନଥିବା ଅଭିଯୋଗ କରି ତିଳେଇବଣି ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ଯୋଗେଶ ପ୍ରଧାନ ଏପିଡିଙ୍କୁ ହତ୍ୟା ଧମକ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ଏକ ଏନ୍‌ଜିଓ ଦ୍ୱାରା ପରିଚାଳନା କରାଯାଉଥିବା। ଏଥିରେ ତାଙ୍କ କୌଣସି ଭୂମିକା ନଥିବା ଏପିଡି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ତେବେ ବିଜେପି ଦଳର ବରିଷ୍ଠ ନେତା ଯୋଗେଶ ଜଣେ ସରକାରୀ ଅଧିକାରୀଙ୍କୁ ଧମକ ଦେବା ଏବଂ ତାଙ୍କ ନାମରେ ମିଥ୍ୟା ମାମଲା କରାଇବାକୁ ନେଇ ଶ୍ରୀ ବେହେରା ଦୁଃଖ ପ୍ରକାଶ କରିଥିବା ବେଳେ ଜିଲ୍ଲାରେ ପୁଣିଥରେ ବିଜେପିର ଦାଦାଗିରି ପଦାରେ ପଡ଼ିଛି।