ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଯୋଗୀମୁଣ୍ଡା ବଜାର ପଡ଼ିଆରେ ବିଜେପିର ମହାଜନସମ୍ପର୍କ ଅଭିଯାନ ତଥା ସଂଯୁକ୍ତା ମୋର୍ଚ୍ଚା ସମାବେଶ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଶକ୍ତିକେନ୍ଦ୍ର ସମ୍ମିଳନୀ ଯୋଗୀମୁଣ୍ଡା ପଞ୍ଚାୟତର ଗୋରୁ ବଜାର ପଡ଼ିଆରେ ଅନୁଷ୍ଠିତ ସଂଯୁକ୍ତା ମୋର୍ଚ୍ଚା ସମାବେଶରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ପୂର୍ବତନ ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ, ମଣ୍ଡଳ ସଭାପତି ସ୍ୱରୂପା ପାରୁଆ ଓ କୁନୁ ମୁଣ୍ଡା ଯୋଗ ଦେଇଥିଲେ । ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବେଳପଡ଼ା ଅଞ୍ଚଳର ବିଶିଷ୍ଟ ଆଦିବାସୀ ନେତା ବସନ୍ତ ମାଝୀଙ୍କ ନେତୃତ୍ୱରେ ସହସ୍ରାଧିକ କଂଗ୍ରେସ ଦଳ ଓ ବିଜେଡିରୁ ଆଜି ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ସେହିପରି ପାଟଣାଗଡ଼ ଓ ଖପ୍ରାଖୋଲ ଅଞ୍ଚଳରୁ ମଧ୍ୟ ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଥିଲେ ।