ନୂଆଦିଲ୍ଲୀ: ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ ‘ଆଦିପୁରୁଷ’ର ଡାୟଲୋଗକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଫିଲ୍ମରେ ରାମାୟଣର ଚରିତ୍ରକୁ ଅନାଦାର କରାଯିବା ସହ ଧାର୍ମିକ ଭାବନାକୁ ଆହତ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଏହାକୁ ନେଇ ସରକାର ମଧ୍ୟ ଦୃଢ଼ ପଦକ୍ଷେପ ନେଇଛନ୍ତି ।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିବାର ଅଧିକାର କାହାକୁ ବି ଦିଆଯିବନି । କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ(CBFC)କୁ ଏହା ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ । ଫିଲ୍ମର ପ୍ରଯୋଜକ ଡାୟଲୋଗ ବଦଳାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମୋ ପାଖରେ ରିପୋର୍ଟ ରହିଛି । ମୁଁ ନିଜେ ଏହାର ଦେଖାଶୁଣା କରିବି ।