କରୋନା ମୁକାବିଲା : ଜମାନତରେ ମୁକୁଳିବେ ୩୦ ବିଚାରାଧୀନ କେଏଦୀ

ରାୟଗଡା, ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲ।।ର ତିନୋଟି ଉପ କାରାଗାରରେ ବନ୍ଦ ରହିଥିବା ୩୦ଜଣ ବିଚାରଧିନ କେଏଦୀ ସ୍ୱଳ୍ପକାଳିନ ଜମାନତରେ ମୁକୁଳିବେ। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦେଶର ବିଭିନ୍ନ ଜେଲରେ ବନ୍ଦ ରହିଥିବା ଅଭିଯୁକ୍ତଙ୍କୁ ସ୍ୱଳ୍ପକାଳୀନ ଜମାନତ ପ୍ରଦାନ କରାଯାଇଛି। ଅନୁରୂପ ରାୟଗଡା ଜିଲ୍ଲାରେ ରହିଥିବା ତିନୋଟି କାରାଗରରୁ ମୋଟ ୩୦ଜଣ ବିଚାରଧୀନ କେଏଦୀଙ୍କୁ ମଧ୍ୟବିତ କାଳୀନ ଜମାନତ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଜି ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଜ୍ଞାନେନ୍ଦ୍ର କୁମାର ବାରିକ, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ୩୦ଜଣ ବିଚାରାଧୀନ କେଏଦୀଙ୍କୁ ସ୍ୱଳ୍ପ କାଳୀନ ଜମାନତ ପ୍ରଦାନ କରିବାକୁ ନିଷ୍ପତି ହୋଇଛି । ସାତ ବର୍ଷ କିମ୍ବା ତା’ଠାରୁ କମ ସଜ୍ଜା ପ୍ରାବଧାନ ଥିବା ମାମଲାରେ ବନ୍ଦି ରହିଥିବା କେଏଦୀଙ୍କୁ ଆସନ୍ତା ୩୦ ଦିନ ଜାମିନ ପ୍ରଦାନ କରାଯିବ। ଜାମିନ ଅବଧି ଶେଷ ହେଲେ ସମ୍ପୃକ୍ତ କେଏଦୀ ପୁଣି ଥରେ ସରେଣ୍ଡର ହେବେ। ଯଦି ଦେଶରେ ଲକ ଡାଉନ ଅବଧି ବୃଦ୍ଧି ଘଟେ ତେବେ କେଏଦୀଙ୍କୁ ପୂର୍ବ ସୂଚନା ପ୍ରଦାନ କରାଯିବ ସହିତ ସେମାନଙ୍କ ଜାମିନ ଅବଧି ବୃଦ୍ଧି କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ପ୍ରକାଶ କରିଛନ୍ତି । ମଧ୍ୟବିତ କାଳୀନ ଜାମିନରେ ମୁକୁଳୁଥିବା କେଏଦୀ ସର୍ବାଧିକ ରାୟଗଡା ଉପ କାରାଗାରର ୧୯ ଜଣ, ବିଷମକଟକ କାରାଗାରରେ ୩ ଓ ଗୁଣୁପରୁ ଉପକାରାଗାରେ ମୋଟ ୮ଜଣ ବିଚାରଧିନ କେଏଦୀଙ୍କୁ ମଧ୍ୟବର୍ତୀ କାଳୀନ ଜମାନତ ପ୍ରଦାନ କରାଯିବ ବୋଲି ଜଣାଯାଇଛି ।