୬ରୁ ୮ ସପ୍ତାହ ମଧ୍ୟରେ ଆସିବ ତୃତୀୟ ଲହରୀ

ନୂଆଦିଲ୍ଲୀ: ଦେଶରେ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହରୀ ଆସିପାରେ। ଏନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ସୂଚନା ଦେଇଛନ୍ତି। ଗୁଲେରିୟା କହିଛନ୍ତି ଯେ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଯାହା ହେଲା ଆମେ ସେଥିରୁ କିଛି ଶିଖିଲୁ ନାହିଁ। ପୁଣିଥରେ ଅନଲକ ହେବା ଯୋଗୁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଲୋକମାନେ ଯେଉଁଭଳି ଭାବେ ଏକତ୍ରିତ ହେଉଛନ୍ତି ତାହାକୁ ଦେଖି ଲାଗୁଛି କି ରାଷ୍ଟ୍ରୀୟ ସ୍ତରରେ କରୋନା ମାମାଲା ବଢ଼ିବା ପାଇଁ ଖୁବ୍ କମ୍ ସମୟ ଲାଗିବ।

ଗୁଲେରିୟା ଆହୁରି କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା ମାତ୍ର ୫ ପ୍ରତିଶତ ଜନବସତିଙ୍କୁ ଭ୍ୟାକ୍ସିନର ଉଭୟ ଡୋଜ୍ ଦିଆଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୧୦୮ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ସମ୍ପୂର୍ଣ୍ଣ ଟିକାକରଣ ନକରିବା ପର୍ଯ୍ୟନ୍ତ ବିପଦ ଟଳିବ ନାହିଁ।