ପଞ୍ଚଭୂତରେ ବିଲୀନ ହେଲେ ଦେବାଶିଷ ପାଣିଗ୍ରାହୀ

କଟକ,ଏନ୍ଏନ୍ଏସ୍: ପଞ୍ଚଭୂତରେ ବିଲୀନ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ ଖାନନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ତାଙ୍କର ଅବଦାନକୁ ସଦା ସର୍ବଦା ଓଡିଶା ପୁଲିସ ମନେରଖିବ।

ସୂଚନା ଅନୁସାରେ ତାଙ୍କୁ ଇକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ ମାଧ୍ୟମରେ କୋଲକାତାକୁ ନିଆଯାଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ପରେ ଭିଜିଲାନ୍ସ ବିଭାଗର ଏକ ଟିମ୍ କୋଲକାତାରେ ପହଞ୍ଚିଥିଲେ। ଆଜି ତାଙ୍କ ମର ଶରୀର ଆସି କଟକରେ ପହଞ୍ଚିଥିଲା।