କରୋନାର ତୃତୀୟ ଲହର ନିଶ୍ଚୟ ଆସିବ: କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ସାଢ଼େ ୩ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ମାମଲା ସାମ୍ନାକୁ ଆସୁଥିବାବେଳେ ସ୍ଥିତି ଭୟାବହ ରହିଛି। ଦ୍ୱିତୀୟ ଲହର ଯୋଗୁ ଦୈନିକ ସାଢ଼େ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କହିଛନ୍ତି ଯେ, ଦେଶରେ କରୋନାର ତୃତୀୟ ଲହର ନିଶ୍ଚୟ ଆସିବ।