ଅକ୍ସିଜେନ ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ଆଜି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅକ୍ସିଜେନ ଯୋଗାଣକୁ ନେଇ ଦିଲ୍ଲୀ ହାଇକୋର୍ଟର ଅବମାନନା ନୋଟିସକୁ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। କିନ୍ତୁ ଆଜି ମଧ୍ୟରାତ୍ର ସୁଦ୍ଧା ଦିଲ୍ଲୀକୁ ୭୦୦ ମେଟ୍ରିକ ଟୋନ ଅକ୍ସିଜେନ ଯୋଗାଇବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ରକୁ ଆଦେଶ ଦେଇଛି। ଏଥିସହିତ ସଠିକ ସ୍ତରରେ କିପରି ଅକ୍ସିଜେନ ଯୋଗାଣ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରି ଅ।।ସନ୍ତାକାଲି ସକାଳ ୧୦ଟା ୩୦ ସୁଦ୍ଧା ଜଣାଇବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ଅକ୍ସିଜେନ ଯୋଗାଣର ଅଭାବକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ କଡ଼ା ସମାଲୋଚନା କରିଥିଲା। ହାଇକୋର୍ଟର ଜଷ୍ଟିସ ବିପିନ ସାଂଘୀ ଓ ରେଖା ପଲ୍ଲୀଙ୍କ ଖଣ୍ଡପୀଠ ଅକ୍ସିଜେନ ଯୋଗାଣରେ ରହିଥିବା ଅଧିକାରୀଙ୍କୁ ଅବମାନନା ନୋଟିସ ଜାରି କରି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜିର ହେବାକୁ କହିଥିଲେ। ପରେ ଏନେଇ ଚିନ୍ତିତ ଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟ ପହଂଚିଥିଲେ।