ଫ୍ରାନ୍ସରେ ୩ୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ

ପ୍ୟାରିସ,ଏଜେନ୍ସି: ଫ୍ରାନ୍ସରେ ଗୁରୁବାରଠାରୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏ ସଂକ୍ରାନ୍ତ ବିଜ୍ଞପ୍ତିରେ ସ୍ୱାକ୍ଷର କରିଛନ୍ତି। ତଦନୁଯାୟୀ ଆସନ୍ତା ଚାରି ସପ୍ତାହ ପାଇଁ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଦେଶ ମଧ୍ୟରେ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ଅତ୍ୟାବଶ୍ୟକ ଦୋକାନ ବ୍ୟତୀତ ଅନ୍ୟ ସବୁୁ ଦୋକାନ ମଧ୍ୟ ବନ୍ଦ ରହିବ ବୋଲିି ଜଣାପଡିଛି। ବିଗତ କିଛି ମାସ ମଧ୍ୟରେ ଫ୍ରାନ୍ସରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।