ଗୁଡ଼ ଫ୍ରାଇ ଡେ ପାଳନ ଉପରେ କଟକଣା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଗୁଡ୍ ଫ୍ରାଇଡେ ପାଳନ ଉପରେ କଟକଣା ଲଗାଇଛି ବିଏମସି। କେବଳ ରିତିନୀତି ଅନୁଯାୟୀ ଗୁଡ଼ ଫ୍ରାଇ ଡେ ପାଳନ କରାଯିବ। ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ଲୋକ ରୁଣ୍ଡ ହୋଇପାରିବେ। ସମସ୍ତଙ୍କ ମଧ୍ୟରେ ୬ ଫୁଟ୍ ବ୍ୟବଧାନ ରହିବା ନିହାତି ଆବଶ୍ୟକ। ସମସ୍ତଙ୍କ ମୁହଁରେ ମାସ୍କ ଅଛି କି ନାହିଁ ତା ଚର୍ଚ୍ଚ କର୍ତ୍ତୃପକ୍ଷ ଯାଞ୍ଚ କରିବେ। ଏହାସହ ଚର୍ଚ୍ଚରେ ହାଥ ଧୋଇବା ପାଇଁ ସ୍ଥାନ ଓ ବିଶୋଧନ ପାଇଁ ସୁବିଧା ରହିବ। ଲକ୍ଷଣଧାରୀ ବ୍ୟକ୍ତିଙ୍କୁ ଚର୍ଚ୍ଚକୁ ଯିବା ବାରଣ କରାଯାଇଛି। ଏଥିସହ ୬୫ ବର୍ଷରୁ ଊଦ୍ଧ୍ୱ ତଥା ବହୁବିଧ ରୋଗୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ଚର୍ଚ୍ଚକୁ ଯାଇ ଗୁଡ଼୍ ଫ୍ରାଇଡେ ପାଳନ ଉପରେ ବିଏମସି ରୋକ୍ ଲଗାଇଛି।