ହରିୟାଣା ଡିଏସପିଙ୍କ ହତ୍ୟାକାରୀ ଗିରଫ

ହରିୟାଣା: ହରିୟାଣା ନୂହଁରେ ଡିଏସପି ସୁରେନ୍ଦ୍ର ସିଂହଙ୍କ ହତ୍ୟା ପରେ ପୁଲିସ ଏନକାଉଣ୍ଟରରେ ଜଣେ ହତ୍ୟାକାରୀକୁ ଗିରଫ କରାଯାଇଛି । ଏନକାଉଣ୍ଟର ସମୟରେ ହତ୍ୟାକାରୀର ଗୋଡ଼ରେ ଗୁଳି ବାଜିଥିଲା । ଡିଏସିପଙ୍କ ହତ୍ୟାର କିଛି ଘଣ୍ଟା ପରେ ଏହି ଏନକାଉଣ୍ଟ ହୋଇଥିବା ଜଣାପଡ଼ିଛି ।

ଡିଏସପିଙ୍କ ହତ୍ୟା ପରେ ହରିୟାଣା ଡିଜିପି ପିକେ ଅଗ୍ରୱାଲ କହିଛନ୍ତି ଯେ, ଏହା ଏକ ଗମ୍ଭୀର ଓ ଦୁଃଖଦ ଘଟଣା । ସଂଘର୍ଷ ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନ୍ୟ ଜଣକୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରହିଛି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।