ମୁମ୍ବାଇ,ଏଜେନ୍ସି: ବଲିଉଡ୍ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁପରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ହତ୍ୟା ଆରୋପ ଲଗାଇଥିଲେ ସୁଶାନ୍ତଙ୍କ ବାପା କେକେ ସିଂହ। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରିୟା ୧୫ କୋଟି ଟଙ୍କା ଉଠାଇ ନେଇଛନ୍ତି ବୋଲି ସେ ଅଭିଯୋଗ କରିବା ପରେ ସତ ଜାଣିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଥିଲା। ହେଲେ ଇଡି ସେଭଳି କୌଣସି ପ୍ରମାଣ ପାଇନଥିଲା। ସିବିଆଇ ପକ୍ଷରୁ କୁହାଯାଇଛି ଯେ, ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଉଠାଇବା ନେଇ କୌଣସି ପ୍ରମାଣ ନାହିିଁ। ଏବେ ଆମେ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ତଦନ୍ତ ଜାରିରଖିବୁ। ଏହା ସହ ସୁଶାନ୍ତଙ୍କ ମୃତ୍ୟୁ ସହ ତାଙ୍କ ପୂର୍ବ ମ୍ୟାନେଜର ଦିଶାଙ୍କ ମୃତ୍ୟୁର କୌଣସି ସମ୍ପର୍କ ନଥିବା ସିବିଆଇ ସ୍ପଷ୍ଟ କରିଛି।