ନୂଆଦିଲ୍ଲୀ : ପଡ଼ୋଶୀ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଏକପ୍ରକାର ରୋକ ଲାଗିଥିବା ବେଳେ ଭାରତବର୍ଷରେ କିଲର କରୋଜନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୦ରେ ପହଞ୍ôଚଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ ଇଟାଲୀୟ ପର୍ଯ୍ୟଟକ ଥିବାବେଳେ ଅବଶିଷ୍ଟ ଭାରତୀୟ। ମାର୍ଚ୍ଚ ୧୦, ମଙ୍ଗଳବାର କେରଳରୁ ୮ଟି ନୂଆ କରୋନା ମାମଲା ଆସିଛି। ଉକ୍ତ ୮ଜଣଙ୍କ ମଧ୍ୟରୁ ୩ଜଣ ଇଟାଲୀରୁ ଫେରିବା ପରେ ଏହି ଘାତକ ଭାଇରାସର ଶିକାର ହୋଇଛନ୍ତି। ଉକ୍ତ ୩ଜଣ ହେଉଛନ୍ତି ସାମୀ, ସ୍ତ୍ରୀ ଏବଂ ତାଙ୍କ ଛୋଟଛୁଆ ।
ଇରାନରୁ ଫେରିଥବା ୫୪ଜଣ ଭାରତୀୟଙ୍କୁ କେନ୍ଦ୍ର ସରକାର ଦେଶକୁ ଆଣିବା ପରେ ତାଙ୍କର ନମୁନା ପରୀକ୍ଷା କରାଯାଇଛି। ଏବେ ଏହି ୧୪ଜଣଙ୍କୁ ଉତ୍ତରପ୍ରଦେଶ ଗାଜିଆବାଦର ହିନେଦାନ ଏୟାରବେସକୁ ସ୍ଥାନାନ୍ତର କରାଯାଇଛି। ୬୦ ଆକ୍ରାନ୍ତଙ୍କ ମଧ୍ୟରେ କର୍ଣ୍ଣାଟକର ଏଯାବତ୍ ୪ଜଣ ଏବଂ ମହାରାଷ୍ଟ୍ରର ୨ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୨ଟି କରୋନା ମାମଲା ସାମ୍ନାକୁ ଆସିଛି। ରାଜସ୍ଥାନ, ତେଲେଙ୍ଗାନା, ତାମିଲନାଡ଼ୁ, ଜମ୍ମୁ-କଶ୍ମୀର ଏବଂ ପଞ୍ଜାବରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳଣାୟ ପକ୍ଷରୁ କୁହାଯାଇଛି ।
ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଭିଡିଓ କଲ ମାଧ୍ୟମରେ ଦିଲ୍ଲୀର ମେଦାନ୍ତ ଏବଂ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତିହୋଇଥିବା କେତେକ କରୋନା ଆକ୍ରାନ୍ତ-୧୯ରୋଗୀଙ୍କ ସହ କଥା ହୋଇଥିଲେ। ଏବେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଏବଂ ସୁଧାର ଆସୁଥିବା ଜଣାପଡ଼ୁଛି। ଅନେକ ଦେଶରେ ଉକ୍ତ କରୋନା ଭାଇରସ୍ ବ୍ୟାପିଥିବାରୁ ସେହିଦେଶକୁ ଏବେର ସ୍ଥିତିରେ ନଯିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର।