ବନ୍ଧୁକ ଦେଖାଇ ଗହଣା ଦୋକାନରୁ ୧ କେଜି ସୁନା ଲୁଟ

ବାରଙ୍ଗ,ଏନ୍ଏନ୍ଏସ୍: ଗତ ରାତିରେ ଏକ ଗହଣା ଦୋକାନରୁ ବିପୁଳ ପରିମାଣର ଲୁଟ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ପ୍ରାୟ ୧ କେଜି ଓଜନର ସୁନା ଗହଣା ଲୁଟ କରିଛନ୍ତି। ସୂଚନା ଅନୁସାରେ ବାରଙ୍ଗ ଗୋଡିସାହିରେ ଏକ ଲଳତିତା ଜୁଏଲାରୀ ମାଲିକ ଗତକାଲି ରାତିରେ ଦୋକାନ ବନ୍ଦ କରୁଥିବା ବେଳେ ୬ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ବିପୁଳ ପରିମାଣର ସୁନା ଲୁଟ କରିଛନ୍ତି।

ଏଥିସହ ଦୁର୍ବୃତ୍ତଙ୍କ ମାଡ଼ରେ ଗହଣା ଦୋକାନ ମାଲିକ ଆହତ ହୋଇଛନ୍ତି। ଖବରପାଇ ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୁଲିସ ପହଞ୍ଚି ଦୁର୍ବୃତ୍ତଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ଦୁର୍ବୃତ୍ତମାନେ ଦୋକାନରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି।