ମୁମ୍ବାଇରେ ବିଜୁଳି ଯୋଗାଣ ବନ୍ଦ,ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ବିଜୁଳି ଗ୍ରୀଡ ଫେଲ ହୋଇଯିବାରୁ ମୁମ୍ବାଇର ଅଧିକାଂଶ ସହରରେ ଏବେ ଅନ୍ଧାରରେ ରହିଛନ୍ତି। ବିଜୁଳି ସରବରାହ ବନ୍ଦ ଯୋଗୁ ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ଟ୍ରାଫିକ ସିଗ୍ନାଲ ଓ ସିସିଟିଭ ସର୍ଭର ଡାଉନ ହୋଇଯାଇଛି ମୁମ୍ବାଇରେ ବିଜୁଳି ବିଭ୍ରାଟ କଥାକୁ ବ୍ରିହାନମୁମ୍ବାଇ ଇଲେକ୍ଟ୍ରିସିଟି ସପ୍ଲାଏ ଓ ଟ୍ରାନ୍ସପୋର୍ଟ(ବିଇଏସ୍‌ଟି) ସ୍ୱୀକାର କରିଛି। ବିଇଏସ୍‌ଟି କହିଛି ଯେ ଟାଟା ପକ୍ଷରୁ ସହରକୁ ବିଜୁଳି ଯୋଗାଣ ହୋଇଥାଏ। କିନ୍ତୁ ଟାଟାରୁ ଆସୁଥିବା ବିଜୁଳି ଯୋଗାଣ ଗ୍ରୀଡ୍‌ ଫେଲ ହୋଇଯାଇଛି। ଏହି କାରଣରୁ ଦିନ ୧୦ଟା ପରଟଠାରୁ ବିଭିନ୍ନ ସ୍ଥାନରେ ବିଜୁଳି ସରବରାହ ବନ୍ଦ ହୋଇଯାଇଛି। ଦିନ ୧୦ଟା ପରଠାରୁ ମୁମ୍ବାଇ ଓ ଥାନେ ସମେତ କୋଲାବା, ମାହିମ ଓ ବାନ୍ଦ୍ରାରେ ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଛି। କଲୱାରେ ଥିବା ଟାଟାର ସେଣ୍ଟ୍ରାଲ ଗ୍ରୀଡ୍‌ ଫେଲ ହୋଇଯାଇଛି। ଏହାକୁ ଠିକ୍‌ କରିବା ପାଇଁ ଉଦ୍ୟମ ଚାଲିଛି। ଘଣ୍ଟାଲରୁ ଦେଢ଼ ଘଣ୍ଟା ମଧ୍ୟରେ ପୁଣି ବିଜୁଳି ଯୋଗାଣ ଆରମ୍ଭ ହେବ ବୋଲି ୧୧.୦୮ରେ ବିଇଏସ୍‌ଟି ପକ୍ଷରୁ ସୂଚନା ଦିଆଯାଇଛି। ବିଜୁଳି ବିଭ୍ରାଟ ଯୋଗୁ ମେଟ୍ରୋ ଟ୍ରେନ ଚାଲି ପାରୁନାହିଁ।