ଟ୍ରାକ୍ଟରରୁ ପଡ଼ି ମହିଳା ମୃତ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଭିମାପଡା ଗ୍ରାମର ଜଣେ ବିବାହିତା ମହିଳାଙ୍କର ଟ୍ରାକ୍ଟରର ପଡି ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ଯୁଧିଷ୍ଠିର ମୁଣ୍ଡାଙ୍କ ସ୍ତ୍ରୀ ସୁମିତ୍ରା ମୁଣ୍ଡା ।

ସୂଚନା ଅନୁଯାୟୀ, ସୁମିତ୍ରା ଟ୍ରାକ୍ଟରରେ ଦିନମଜୁରୀଆ ଭାବେ କାମ କରୁଥିବା ସମୟରେ ଟ୍ରାକ୍ଟରରୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟର ଫେରାର ହୋଇଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି ।