ତିନି ମାଓବାଦୀଙ୍କ ପୁଲିସ ଠାରୁ ଲୁଟିଥିବା ଫଟୋ ଭିଡିଓ ଭାଇରାଲ

ମାଲକାନଗିରି,ଏନ୍ଏନ୍ଏସ୍ : ଗତ ଶନିବାର ଦିନ ସୁକୁମା ଠାରେ ପୁଲିସ, ଏସଟିଏଫ୍ ଓ ଡିଆରଜି ପକ୍ଷରୁ କୁମ୍ବିଂ ଅପରେସନ ସମୟରେ ମାଓବାଦୀଙ୍କ ସହ ଗୁଳି ବିିନିମୟରେ ୧୭ ଜବାନ ସହୀଦ ହୋଇଥିବା ବେଳେ ପୁଲିସର ପାଲଟା ଜବାବରେ ତିନିଜଣ ମାଓବାଦୀ ପ୍ରାଣ ହରାଇଥିଲେ। ତେବେ ସିପିଆଇ ମାଓବାଦୀ ପକ୍ଷରୁ ଆଜି ଏକ ଫଟୋ ଭିଡିଓ ଓ ଓଡିଓ ଟେପ୍ ଜାରି କରା ଯାଇଛି ।

ଯେଉଁଥିରେ ଏହି ଘଟଣାରେ ପିଏଲଜିଏ ନିଜକୁ ଦାୟୀ କରିଥିବା ବେଳେ ବିଜାପୁର ଜିଲ୍ଲାର କମ୍ରେଡ ଶୁକ୍ରୁ, କମ୍ରେଡ ରାଜେଶ ଓ କମ୍ରେଡ ଶୁକୁ ଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଥିବା ବେଳେ ୧୧ ଗୋଟି ଏ.କେ- ୪୭, ଦୁଇଟି ଇନସାସ୍ ରାଇଫଲ୍, ଏସଏଲଆର୍ ,ଗୋଟିଏ ଏଲଏମଜି , ଦୁଇଟି ୟୁ.ବି.ଜି.ଏଲ, ୧୫୫୦ ଟି ଗୁଳି ଓ ଛଅଟି ୟୁ.ବି.ଜି.ଏଲ ସେଲସ୍ ସହ ୱାକିଟୋକି ସମେତ ପୁଲିସର ବହୁ ସାମଗ୍ରୀ ଲୁଟ୍ କରିଥିବା ନେଇ ସୂଚନା ଦିଆଯାଇଛି। ତେବେ ପୁଲିସ ପକ୍ଷରୁ ନିରୀହ ଜନତାଙ୍କୁ ନକ୍ସଲ ନାମରେ ହତ୍ୟା କରୁଥିବାରୁ ଏଭଳି ପୁଲିସକୁ ଟାର୍ଗେଟ କରିଥିବା ଉଲ୍ଲେଖ କରାଯାଇଛି । ଆଗାମୀ ଦିନରେ ମାଓ ସଂଗଠନକୁ କ୍ଷତି ପହଂଚାଇଲେ ଭୟାଭୟ ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନି ଦିଆ ଯାଇଛି । ଶହ ଶହ ସଂଖ୍ୟାରେ ମାଓବାଦୀ ଏକ ଜଙ୍ଗଲ ମଧ୍ୟରେ ଏହି ସାମଗ୍ରୀକୁ ରଖିବା ସହ ମୃତ ସାଥୀଙ୍କ ଶବ ସଂସ୍କାର ଫଟୋ ମଧ୍ୟ ଦିଆ ଯାଇଥିଲା ।