ଶଗଡ ଗାଡିରେ ବୁଲି ସଚେତନତା କଲେ ଗ୍ରାମରକ୍ଷୀ…

ବରଗଡ,ଏନ୍ଏନ୍ଏସ୍ : ସାରା ରାଜ୍ୟରେ କରୋନାକୁ ନେଇ ଏବେ ବ୍ୟାପକ ସଚେତନତା କରାଯାଉଥିବା ବେଳେ ବରଗଡ଼ ଜିଲ୍ଳା ବୁଦେଲପାଲି ଗ୍ରାମରେ ଶଗଡ ଗାଡିରେ ବୁଲି ଜନୈକ ଗ୍ରାମରକ୍ଷୀ ସଚେତନତା କରିବା ନେଇ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି । ବିଭିନ୍ନ ସ୍ଥାନରେ ସାମାଜିକ କର୍ମୀ, ମହିଳା ସମିତି ତଥା ସଂଗଠନମାନ ଜନସାଧାରଣଙ୍କୁ ଲିଫଲେଟ , ବ୍ୟାନର ଲଗାଇ ପ୍ରଚାର କରିବା ସହ କେତେକ ସ୍ଥଳରେ ମାସ୍କ ବଂଟନ କରାଯାଉଛି ।

ହେଲେ ବରଗଡ଼ ଟାଉନ ଥାନାରେ କାର୍ଯ୍ୟରତ ଗ୍ରାମରକ୍ଷୀ ବିହାରୀ ମହାନନ୍ଦ ନିଜ ଗ୍ରାମ ବୁଦେଲପାଲିରେ ଏକ ଶଗଡରେ ସଚେତନତା କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଖବର କାଗଜ ତଥା ଟେଲିଭିଜନରେ କରୋନା ସଂପର୍କରେ ଜାଣିବା ପରେ ସେ ନିଜ ଗାଁରେ ଏକ ଶଗଡ ଗାଡିରେ ବୁଲି ସଚେତନତା କରିଥିଲେ । ସେ ଏହି ରୋଗ ପ୍ରତି ଆଦୌ ଭୟଭୀତ ନ ହେବାକୁ ଏବଂ ସତର୍କତା ଅବଲମ୍ବନ କରିବାକୁ ଗ୍ରାମବାସୀଙ୍କୁ ନିବେଦନ କରୁଛନ୍ତି । ଏ ଅବସରରେ ବାରମ୍ବାର ହାତ ଧୋଇବା ବିଶେଷ କରି ମହିଲା ମାନେ କିପରି ଭାବରେ ସତର୍କତା ଅବଲମ୍ବନ କରିବେ ସେ ନେଇ ଗ୍ରାମରକ୍ଷୀ ମହାନନ୍ଦ ସଚେତନତା କରୁଛନ୍ତି । ତାଙ୍କ ଏହିପରି ସଚେତନତାକୁ ନେଇ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି ।