ଭଦ୍ରକ,ଏନ୍ଏନ୍ଏସ୍: ରାସ୍ତାରେ ଜଳିଲା ଟ୍ରକ। କେବଳ ଟ୍ରକ ନୁହେଁ ଧକ୍କା ଦେଇ କାର ବି ଜଳିଲା। ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାର ୧୬ ନଂ ଜାତୀୟ ରାଜପଥ ରାଣୀତାଲ ବାସୁଳି ଢ଼ାବା ନିକଟରେ। ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ଜଳିଯାଇଛି।
ସୂଚନା ଅନୁସାରେ, ଏକ ଟ୍ରକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ତେବେ ବିପରୀତ ଦିଗରୁ ଏକ କାରଟି ଆସୁଥିବା ବେଳେ ଢ଼ାବା ନିକଟରେ ନିଆଁ ଲାଗିଯାଇଥିଲା। ଏତିକି ବେଳେ ଟ୍ରକ ରାସ୍ତାରେ ଜଳୁଥିବା କାରକୁ ଧକ୍କା ଦେଇଥିଲା। ଫଳରେ ଦୁଇ ଗାଡ଼ି ଜଳିଯାଇଥିଲେ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି।