ଭୁବନେଶ୍ବର,ଏନ୍ଏନ୍ଏସ୍: ୟୁକ୍ରେନ୍ ରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ୍। ଦିଲ୍ଲୀ ସ୍ଥିତ ଓଡ଼ିଆ ରେସିଡ଼େଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସେଲ୍ ପ୍ରସ୍ତୁତ ହୋଇଛି।
ଏହା ବିଦେଶ ଓ ବେସାମରିକ ବିମାନ ଚଳାଚଳ ସହ ସମନ୍ୱୟ ରକ୍ଷା କରିବ। ରେସିଡ଼େଣ୍ଟ କମିଶନର ରବି କାନ୍ତ ସ୍ୱତନ୍ତ୍ର ସେଲର ନୋଡ଼ାଲ ଅଫିସର ଅଟନ୍ତି। ୟୁକ୍ରେନ୍ ଫସିଥିବା ଓଡ଼ିଆଙ୍କ ପାଇଁ ହ୍ୱାଟସଆପ,ଲ୍ୟାଣ୍ଡଲାଇନ୍ ଓ ଇମେଲ୍ ଜାରୀ କରାଯାଇଛି। ମୋବାଇଲ୍ ଓ ହ୍ୱାଟସ୍ ଅଫ୍ ନମ୍ବର ହେଉଛି ୮୫୨୭୫୮୦୨୪୫।
ସେହିପରି ଲ୍ୟାଣ୍ଡ ଲାଇନ୍ ନମ୍ବର ହେଉଛି ୦୧୧-୨୩୦୧୨୭୫୧। ଇମେଲ ମଧ୍ୟ-re.odisha@gmail.com / resem-or@aic.in ଜାରି କରାଯାଇଛି।
ଅନ୍ୟ ପଟେ ନୂଆଦିଲ୍ଲୀ ରେ ଥିବା ରୁଷିଆ ଦୂତାବାସ ଆଗରେ ଭାରତୀୟଙ୍କ ସୁରକ୍ଷା ଦାବି କରିଛନ୍ତି ଅଭିଭାବକ। ନିଜ ପିଲାର ସେମାନେ ସୁରକ୍ଷା ଦାବି କରିଥିବା ବେଳେ କିଛି ପୂର୍ବତନ ଡାକ୍ତର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସମସ୍ତ ଭାରତୀୟ ସୁରକ୍ଷା ପାଇଁ ସେମାନେ ରୁଷିଆ ଦୂତାବାସ ଆଗକୁ ଆସିଥିବା କହିଛନ୍ତି।