୩୩ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଟ୍ରକରେ ଲାଗିଲା ନିଆଁ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ର ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଯାଇଛି ଏକ ଟ୍ରକ। ଗୁରୁତର ଡ୍ରାଇଭରଙ୍କପ ପ୍ରଥମେ ତୁରୁମୁଙ୍ଗା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜାତୀୟ ରାଜପଥର ସମ୍ପ୍ରସାରଣରେ ନିୟୋଜିତ ଟ୍ରକଟି ମାଟି ପକାଉଥିବାବେଳେ ୩୩ କେଭି ତାର ସଂସ୍ପର୍ଶରେ ଏପରି ଅଘଟଣ ଘଟିଛି। ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିବାବେଳେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ।