ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳ ଏବେ ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲିଟିଛି। ଡୁମୁରିଆ ଆରଆଇ ସର୍କଲ କୁକୁରକଟା ନାଳରୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ କେତାଙ୍ଗ ଗାଁ ନିକଟରେ ପାଟଣା ତହସିଲଦାର ଶିବପ୍ରଶାଦ ମୁର୍ମୁ ଚଢଉ କରି ୨ଟି ଟ୍ରାକ୍ଟର ଜବତ କରିବା ସହ ୧୫ ହଜାର ୨୪୦ ଟଙ୍କା ଫାଇନ ଆଦାୟ କରିଛନ୍ତି। ଏହି ଚଢଉରେ ସୁପରଭାଇଜର ବନମାଳୀ ନାଏକ, ଡୁମୁରୀଆ ଆରଆଇ ସ୍ମୃତିରଞ୍ଜନ ଧୀର ଓ କିରାଣି ରମାକାନ୍ତ ମହାନ୍ତ ସାମିଲ ଥିଲେ।