୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ, ୭୦ ହଜାର ପାରକଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୨୮୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୦,୭୧୪ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାୟଗଡ଼ା ଜିଲ୍ଲାରୁ ୪୮୭ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪୧୦, ଗଞ୍ଜାମ ୨୧୭, କଟକ ୧୮୯, ବଲାଙ୍ଗିର ୧୭୩, କୋରାପୁଟ ୧୫୧, ମୟୂରଭଞ୍ଜ ୧୪୪, ନୟାଗଡ଼ ୧୩୮, ପୁରୀ ୧୩୪, ବାଲେଶ୍ୱର ୧୨୩, ସମ୍ବଲପୁର ୧୧୭, ମାଲକାନଗିରି ୮୧, ସୁନ୍ଦରଗଡ଼ ୭୮, ନବରଙ୍ଗପୁର ୫୬, ଝାରସୁଗୁଡ଼ା ୫୫, ଭଦ୍ରକ ୫୨, ବରଗଡ଼ ୫୧, ଜଗତସିଂହପୁର ୩୫, ଢ଼େଙ୍କାନାଳ ୩୪, କଳାହାଣ୍ଡି ୩୩, ଗଜପତି ୩୦, କେନ୍ଦୁଝର ୨୯, କନ୍ଧମାଳ ୨୧, ସୋନପୁର ୧୫, କେନ୍ଦ୍ରାପଡ଼ା ୧୪ ଓ ବୌଦ୍ଧ ୧୦,ଅନୁଗୁଳ ଓ ଯାଜପୁରରୁ ୫ଜଣ ଲେଖାଏଁ, ଦେବଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।