ମଧ୍ୟପ୍ରଦେଶ ଉପନିର୍ବାଚନ: ଜ୍ୟୋତିରାଦିତ୍ୟ ଚମକିଲେ

ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ନିମନ୍ତେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ମଙ୍ଗଳବାର ଫଳାଫଳ ପ୍ରକାଶ ପାଇଛି। କଂଗ୍ରେସରୁ ମୁହଁ ମୋଡି ବିଜେପିରେ ସାମିଲ ହୋଇଥିବା ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରତିପତ୍ତି ଦେଖିବାକୁ ମିଳିଛି। ଚଳିତବର୍ଷ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ବିଜେପିକୁ ଲମ୍ଫପ୍ରଦାନ କରିବା ଫଳରେ ୨୮ଟି ବିଧାନସଭା ଆସନ ଖାଲିପଡିଥିଲା। ତେଣୁ ଉପ ନିର୍ବାଚନର ଆବଶ୍ୟକତା ପଡିଥିଲା। ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ୨୮ଟି ମଧ୍ୟରୁ ବିଜେପି ୨୦ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ମାତ୍ର ୭ଟି ଆସନରେ ଆଗୁଆ ରହିଛି। ଏହି ପରିପ୍ରେକ୍ଷୀରେ ବିଜେପିର ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀଙ୍କୁ ଜ୍ୟୋତିରାଦିତ୍ୟ ଟ୍ୱିଟ୍ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି।