ପାଟଣା,ଏନ୍ଏନ୍ଏସ୍:କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତ ବୈତରଣୀ ପୋଲ ନିକଟରେ ବନ୍ୟା ଜଳରେ ଭାସି ଯାଇଥିବା ଡ୍ରାଇଭରଙ୍କ ପରିଚୟ ମିଳିଛି। ମୃତ ଡ୍ରାଇଭର ଜଣକ ହେଲେ ବିହାର ଜାମୁଇଁ ଜିଲ୍ଲାର ଝାଝା ଥାନା ବେଲାତାଣ୍ଡ ଗ୍ରାମର ଯୋଗେଶ ଯାଦବଙ୍କ ପୁଅ ପପୁ କୁମାର ଯାଦବ (୩୮) । ଆଜି ପରିବାର ଲୋକେ ମୃତଦେହ ଚିହ୍ନଟ କରିବାପରେ କରଞ୍ଜିଆ ପୁଲିସ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛିି। ପ୍ରକାଶ ଥାଉ କି, ଗତକାଲି ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ବୈତରଣୀର ଛୋଟ ପୋଲ ଉପରେ ଡ୍ରାଇଭର ଏକ ୧୨ ଚକିଆ ଟ୍ରକ ନେଇ ଯାଉଥିବା ବେଳେ ଗାଡିଟି ପ୍ରଖର ସ୍ରୋତରେ ଭାସି ଯାଇଥିଲା। ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।