ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଦେଓଗାଁ ପଞ୍ଚାୟତରେ ଗୁରୁବାର ୫ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଏନେଇ ସରପଞ୍ଚ ସମ୍ପୂର୍ଣ୍ଣ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାସହ ୭୨ ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି। ଏଥିରେ ଜରୁରିକାଳୀନ ସେବା ବ୍ୟତୀତ ଅନ୍ୟସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ ଯାତାୟାତକୁ ବନ୍ଦ କରାଯାଇଛି । ଏହା ପଞ୍ଚାୟତର ଦେଓଗାଁ ଓ କଛାର ପାଲି ଗ୍ରାମରେ ମଧ୍ୟ ଲାଗୁହେବ। ପ୍ରକାଶ ଯେ, ଦେଓଗାଁ ପଞ୍ଚାୟତର ବିଭିନ୍ନ ଗାଁରେ ପଜିଟିଭ ଚିହ୍ନଟ ହେବାପରେ ଲୋକଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖି ଚିକିତ୍ସା କରୁଛନ୍ତି ଡ଼ାକ୍ତରୀ ଦଳ ।