ଜଜଙ୍କ ଉପରକୁ ଚପଲ ଫୋପାଡି ୧୮ ମାସ ଜେଲ୍

ଅହମ୍ମଦାବାଦ, ଏଜେନ୍ସି: ଗୁଜରାଟ ହାଇକୋର୍ଟ ବିଚାରପତିଙ୍କ ଉପରକୁ ଚପଲ ଫୋପାଡିଥିବା ଅଭିଯୋଗରେ ରାଜ୍କୋଟ ସହରର ଜଣେ ଚା’ ବିକାଳିକୁ ୧୮ ମାସ ଜେଲ୍ଦଣ୍ଡ ପ୍ରଦାନ କରାଯାଇଛି। ତେବେ ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ତାଙ୍କ ଉପରେ କୌଣସି ଜୋରିମାନା ଲାଗୁ କରାଯାଇନାହିଁ। ୨୦୧୨ ଏପ୍ରିଲ ୧୧ରେ ଘଟଣା ଘଟିଥିବାବେଳେ ଗୁରୁବାର ଦଣ୍ଡବିଧାନ କରାଯାଇଛି। ଭବାନୀଦାସ ନାମକ ଏହି ଅଭିଯୁକ୍ତ ରାଜକୋଟ ସହର ବାସିନ୍ଦା ହୋଇଥିବାବେଳେ ପେସାରେ ଜଣେ ଚାହା ବିକାଳି। ହାଇକୋର୍ଟରେ ତାଙ୍କର କୌଣସି ଏକ ମାମଲା ଦୀର୍ଘଦିନ ଧରି ବିଚାରାଧୀନ ରହିଥିଲା। ଏଥିରେ ଧୈର୍ଯ୍ୟହରା ଓ ଉତକ୍ଷିପ୍ତ ହୋଇ ସେ ୨୦୧୨ ଏପ୍ରିଲ ୧୧ରେ ହାଇକୋର୍ଟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରିଙ୍କ ଉପରକୁ ଚପଲ ଫୋପାଡିଥିଲେ।