ସ୍ପୁଟନିକ୍-୫ ପ୍ରସ୍ତୁତି ପାଇଁ ସେରମକୁ ଅନୁମତି

ପୁଣେ, ଏଜେନ୍ସି: ଭାରତରେ ସ୍ପୁଟନିକ୍-୫ କୋଭିଡ୍ ଟିକା ପ୍ରସ୍ତୁତ କରିବାକୁ ଡିସିଜିଆଇ (ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ) କର୍ତ୍ତୃପକ୍ଷ ଶୁକ୍ରବାର ପୁଣେର ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ପ୍ରଦାନ କରିଛନ୍ତି। ସେରମ୍ ପ୍ରଥମେ ଏହି ଟିକାକୁ ପରୀକ୍ଷା ଓ ବିଶ୍ଲେଷଣ କରିବାପରେ ପୁଣେସ୍ଥିତ କାରଖାନାରେ ପ୍ରସ୍ତୁତ କରିବ ବୋଲି କୁହାଯାଇଛି। ତେବେ ସ୍ପୁଟନିକ୍ ଟିକା ପ୍ରସ୍ତୁତ ହୋଇ ମାର୍କେଟକୁ ଆସିବାକୁ ଆଉ କିଛି ମାସ ସମୟ ଲାଗିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ସେରମ୍ ଦ୍ୱାରା ପୂର୍ବରୁ ପ୍ରସ୍ତୁତ କୋଭିସିଲ୍ଡ ଟିକା ବର୍ତ୍ତମାନ ଦେଶରେ ବ୍ୟବହୃତ ହେଉଛି।