ଏମକେସିଜିରେ ଆଉଜଣେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ, ଜଣେ ସନ୍ଦିଗ୍ଧ ମୃତ

ବ୍ରହ୍ମପୁର, ଏନ୍ଏନ୍ଏସ୍: ବ୍ରହ୍ମପୁର ବଡ଼ ମେଡ଼ିକାଲ  ଭେଷଜ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୫୫ ବର୍ଷୀୟ ପୁରୁଷ ସନ୍ଦିଗ୍ଧ ବ୍ଲାକଫଙ୍ଗସ୍ ରୋଗୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତ ରୋଗୀଙ୍କ ରିପୋର୍ଟ ନେଗେଟିଭ ରହିଛି। ଅନ୍ୟପକ୍ଷରେ ବଡ ଡାକ୍ତରଖାନାରେ ଆଜି ଆଉ ଜଣେ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କୁ ସ୍ୱତନ୍ତ୍ର ବ୍ଲାକ ଫଙ୍ଗସ୍ ବିଭାଗରେ ଭର୍ତ୍ତି କରାଯାଇଛି। ସେହିପରି କର୍ଣ୍ଣ, ନାଶା ଓ ଗଳା ବିଭାଗରେ ଭର୍ତ୍ତି ହୋଇଥିବା ସନ୍ଦିଗ୍ଧ ରୋଗୀଙ୍କ ରିପୋର୍ଟ ଆଜି ପଜିଟିଭ ଆସିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ସ୍ୱତନ୍ତ୍ର ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ବଡ ଡାକ୍ତରଖାନାର ବିଭିନ୍ନ ବିଭାଗର ଡାକ୍ତରଙ୍କୁ ନେଇ ୬ ଜଣିଆ ଦଳ ଗଠନ ହୋଇଛି।