ବାପାଙ୍କ ମୃତ୍ୟୁକୁ ସହି ପାରିଲାନି ଝିଅ, ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା

ବଲାଙ୍ଗୀର, ଏନ୍ଏନ୍ଏସ୍: ବାପାଙ୍କର ମୃତ୍ୟୁକୁ ସହି ପାରିଲାନି ଝିଅ। ବାପାଙ୍କ ପଛେ ପଛେ ଆରପାରିକୁ ଚାଲିଗଲେ। ପ୍ରଥମେ ବାପାଙ୍କୁ ଥଣ୍ଡା କାଶ ହେଉଥିଲା। ପରୀକ୍ଷା କରିବାରୁ କରୋନା ପଜିଟିଭ୍ ବାହାରିଲା । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗିର ଜିଲ୍ଲା ଟିକ୍ରାପଡା ଜୟନାରାୟଣ ଶତପଥୀଙ୍କ ଅକାଳ ବିୟୋଗ ହେଲା। ପରେ ଝିଅ ଋତୁପର୍ଣ୍ଣା ବାପାଙ୍କୁ ଝୁରିଝୁରି ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ବାଛିନେଲେ। ପଢ଼ା ଘରେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରି ଦେଲେ ଝିଅ।

ସୂଚନା ଯୋଗ୍ୟ, ଗତ ୧୧ ତାରିଖରେ ଋତୁପର୍ଣ୍ଣା ନିଜ ରୁମରେ ପଢ଼ୁଥିଲେ। ପଢ଼ା ସମୟରେ ବାପାଙ୍କ କଥା ମନେ ପଡିଲା। ତେଣୁ ଆରପାରିରେ ବାପାଙ୍କୁ ଭେଟିବେ ବୋଲି ନିଷ୍ପତ୍ତି ନେଇଥିଲେ। ସଙ୍ଗେ ସଙ୍ଗେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କଲେ। ଦୀର୍ଘ ସମୟ ଧରି ଋତୁପର୍ଣ୍ଣା କବାଟ ନଖୋଲିବାରୁ ବଡ଼ବାପା ଝିଅ ଝିଅ କହି ଡାକିଥିଲେ। ଏହାପରେ ପରିବାର ଲୋକେ କବାଟ ଭାଙ୍ଗି ଦେଖିବାବେଳକୁ ସେତେବେଳେକୁ ଋତୁପର୍ଣ୍ଣ ଏ ଦୁନିଆଁରେ ନଥିଲେ। ଜୟନାରାୟଣ ବଲାଙ୍ଗିର ଗୋଳାବାରୁଦ କାରଖାନାରେ କାର୍ଯ୍ୟ କରୁଥିଲେ । ତାଙ୍କ ଗୋଟିଏ ଛଅ ବର୍ଷର ପୁଅ ଓ ୧୮ ବର୍ଷର ଝିଅ । ଝିଅ ଯୁକ୍ତ ଦୁଇ ପାଠ ସାରିବା ପରେ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରୁଥିଲେ । ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।