ବୁଲେଇ ନେବା ବାହାନାରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ବାରିପଦା, ଏନ୍ଏନ୍ଏସ୍: ପୁଣି ନାବାଳିକା ଦୁଷ୍କର୍ମ। ୪ବର୍ଷର ଏକ ଶିଶୁକୁ ବୁଲାଇ ନେବା ବାହାନାରେ ଜଙ୍ଗଲରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ଟାଉନଥାନା ଅଞ୍ଚଳରେ । ସୂଚନା ଅନୁସାରେ, ବାରିପଦା ସହର ୱାର୍ଡ ନମ୍ବର ୧୧ ସୁନାମୁହିଁ ଅଞ୍ଚଳର ଲାଡୁଲୁ ସିଂଙ୍କ ପୁଅ ଶିବ ସିଂ(୨୬) ଗତକାଲି ସନ୍ଧ୍ୟାରେ ସମ୍ପର୍କୀୟଙ୍କ ପରିବାରର ଏକ ୪ବର୍ଷର ଝିଅକୁ ବୁଲାଇ ନେବାକୁ କହି ଦୁଷ୍କର୍ମ କରିଥିଲା। ରାତିରେ ପରିବାର ଲୋକ ଏ ବିଷୟରେ ଜାଣିବା ପରେ ରାତିରେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ସଙ୍ଗେ ସଙ୍ଗେ ଟାଉନ ଥାନା ପୁଲିସ ତୁରନ୍ତ ଅଭିଯୁକ୍ତ ଶିବ ସିଂକୁ ଗିରଫ କରିଥିଲା । ତେବେ ରାତିରେ ନାବାଳିକା ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଏନେଇ ବାରିପଦା ଟାଉନ ପୁଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି ।