ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚିକିତ୍ସା ପାଇଁ ସହାୟତା ଆଶାରେ ଆଜି କିର୍ମିରା ବ୍ଲକ ବୁତୁଲାଇ ଗ୍ରାମର ଏକ ଦମ୍ପତି ଡୋଲାମଣି ଜୟପୁରିଆ ଓ ତାଙ୍କ ସ୍ତ୍ରୀ ତପସ୍ୱିନୀ ଜୟପୁରିଆ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତପସ୍ୱିନୀ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ଦେହ ଅସୁସ୍ଥ ହେବାରୁ ସେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ସ୍ୱାମୀଙ୍କର କିଡନୀ ଦୁର୍ବଳ ଥିବା ସହ ସେ ପଥୁରୀ ରୋଗରେ ପିଡ଼ିତ ଥିବାରୁ ତାଙ୍କର ଚିକିତ୍ସା ପାଇଁ ଡାକ୍ତର ବୁର୍ଲ୍ଲା ରେଫର କରିଥିବା ତପସ୍ୱିନୀ କହିଛନ୍ତି। ହେଲେ ସେମାନେ ଅତି ଗରିବ ହୋଇଥିବାରୁ ବୁର୍ଲା ଯାଇ ଚିକିତ୍ସା କରାଇବା ପାଇଁ ର୍ଥ ବାଧକ ସାଜିଛି। ଫଳରେ ସହାୟତା ଆଶାରେ ଆଜି ସକାଳୁ ସ୍ୱାମୀ ସ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି।