ଝାରସୁଗୁଡ଼ାରୁ ଆଉ ୩୮ କରୋନା ପଜିିଟିଭ ଚିହ୍ନଟ: ସଂଖ୍ୟା ୬,୫୭୬କୁ ବୃଦ୍ଧି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୩୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୧୧ଜଣ, କର୍ମିରା ବ୍ଲକ ଅଞ୍ଚଳ ଓ ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୨ଜଣ ଲେଖାଏଁ, ବ୍ରଜରାଜନଗର ପୌରାଞ୍ଚଳରୁ ୪ଜଣ, ଝାରାସୁଗୁଡ଼ା ବ୍ଲକରୁ ଜଣେ, ଲଖନପୁର ବ୍ଲକରୁ ୧୦ଜଣ ଓ ଲଇକେରା ବ୍ଲକରୁ ୪ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ଆଉ ୪ଜଣ ବାହାର ଜିଲ୍ଲାରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୭୬ରେ ପହଞ୍ଚିଥିବାବେଳେ ୬,୩୮୪ଜଣ ସୁସ୍ଥ ହୋଇଛନ୍ତି ଓ୧୭୬ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିପରି ଜିଲ୍ଲାରେ ୧୬ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।