ବୋଲେରୋରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିରେ ୱେଲଡ଼ର

ରାୟଗଡ଼ା,ଏନ୍ଏନ୍ଏସ୍:ଗ୍ୟାରେଜରେ କାମ କରିବା ସମୟରେ ଅଳ୍ପକେ ବର୍ତ୍ତିରେ ୱେଲଡ଼ର ବୟ। ଆଜି ସନ୍ଧ୍ୟାରେ ଅଟୋନଗରର ଏକ ଗ୍ୟାରେଜରେ ବୋଲେରୋ ଗାଡି ୱେଲଡ଼ିଙ୍ଗ କରିବା ସମୟରେ ହଠାତ ସ୍ପାର୍କ ହୋଇ ନିଅାଁ ଲାଗିଯାଇଥିଲା। ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବୋଲେରୋଟି ରାୟଗଡ଼ା ସହରର ବୈକୁଣ୍ଠ ମଙ୍ଗରାଜଙ୍କର ବୋଲି ଜଣାପଡ଼ିଛି ।