ପଥର ସହ ମାଡ଼ ହୋଇ ବୁଡ଼ିଲା ଡଙ୍ଗା

ମୁମ୍ବାଇ : ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ମାଣ୍ଡୱା ଉପକୂଳରେ ଶନିବାର ସକାଳେ ପଥର ସହ ମାଡ଼ ହୋଇ ଏକ ଡଙ୍ଗା ବୁଡ଼ି ଯାଇଥିଲା । ତେବେ ମତ୍ସ୍ୟଜୀବୀ ଏବଂ ତଟରକ୍ଷୀ ବାହିନୀର ତତ୍ପରତା ପାଇଁ ଡଙ୍ଗାରେ ଥିବା ସମସ୍ତ ୭୮ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ୭୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗାଟି ମାଣ୍ଡୱା ଛାଡିବାର କିଛି ସମୟ ପରେ ଏକ ପଥର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପଥରଖଣ୍ଡକୁ ଧକ୍କା ଦେବା ପରେ ଡଙ୍ଗାରେ ପାଣି ପସି ଧିରେ ଧିରେ ଡ଼ଙ୍ଗାଟି ବୁଡ଼ିବାକୁ ଆରମ୍ଭ କରିଥିଲା । ଏନେଇ ତୁରନ୍ତ ସାମୁଦ୍ରିକ ପୁଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିକୁ ସୂଚନା ଦିଆଯାଇଥିଲା । ଏହା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଏକ ଡଙ୍ଗାକୁ ସ୍ଥାନାନ୍ତର କରାଯାଇଥିଲା ।