ରାଉରକେଲା,ଏନ୍ଏନ୍ଏସ୍ : ଲ୍ୟାଣ୍ଡମାଇନ୍ସ ଓ ଟିଫିନାବୋମା ପରେ ଏବେ ନକ୍ସଲ ମାନେ ଉପଦ୍ରବ ପାଇଁ ନୂତନ ପନ୍ଥା ଆପଣେଇଥିବା ସୂଚନା ମିଳିଛି। ଏପରି ନୂତନ ପନ୍ଥା ହେଉଛି ଏଲପିିଜି ସିଲିଣ୍ଡର ବୋମା। ଝାଡ଼ଖଣ୍ଡ- ଓଡ଼ିଶା ସୀମାବର୍ତୀ କରେଇକେଲା ଥାନା ଅନ୍ତର୍ଗତ ଜରଜଟା ଜଙ୍ଗଲରୁ ଏହାକୁ ଉଦ୍ଧାର କରି ନଷ୍ପ୍ରୟ କରା ଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ କରେଇକେଲା ଥାନା ଅନ୍ତର୍ଗତ ବନ୍ଦଗାଁ ଜରଜଟା ଜଙ୍ଗଲରେ ନକ୍ସଲମାନେ ଏହି ଏଲପିଜି ସିଲିଣ୍ଡର ବୋମାକୁ ଯୋଜନା କରିଥିଲେ। ସ୍ଥାନୀୟ ପୁଲିସ ଓ ସିଆରପିଏଫର ମିଳିତ କୁମ୍ବିଂ ଅପରେସନ ବେଳେ ଯବାନମାନେ ଏହାକୁ ଲକ୍ଷ୍ୟ କରି ନିଷ୍କ୍ରିୟ କରିଥିଲେ। ବିସ୍ପୋରଣ ପାଇଁ ଉକ୍ତ ସିଲିଣ୍ଡରରେ ଇଲେକ୍ଟ୍ରିକ ସିଷ୍ଟମ ସଂଯୋଗ କରାଯାଇଥିଲା।
ସୂଚନାଯୋଗ୍ୟ, ସିଆରପିଏଫ ଅଧିକାରୀଙ୍କ ଅନୁଯାୟୀ ନକ୍ସଲମାନେ ଏକବଡ଼ ଧରଣର ଆକ୍ରମଣର ଯୋଜନା କରିଥିଲେ। ପ୍ରଥମକରି ଏପରି ସିଲିଣ୍ଡର ବୋମା ଆକ୍ରମଣ ପାଇଁ ବ୍ୟବହାର କରାଯାଇଥିବା କୁହାଯାଇଥିଲା।