ଉମରକୋଟ : ଯୌତୁକ ନିର୍ୟାତନା ପରେ ଏବେ କରୋନା ନିର୍ୟାତନା ରାଜ୍ୟରେ ଚହଳ ସୃଷ୍ଟି କରିଛି । ମାତ୍ର ୧୨ ଦିନର ଜଣେ ବୋହୂ କରୋନା ସନ୍ଦେହରେ ନିର୍ୟାତନାର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି । ନବରଙ୍ଗପୁର ଉମରକୋଟ ଥାନା ଅନ୍ତର୍ଗତ ୟୁଭି-୩ ସନ୍ତୋଷୀନଗର ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଅକଥନୀୟ ନିର୍ୟାତନା ଅଭିଯୋଗରେ ସ୍ୱାମୀ ଓ ଶ୍ୱଶୁର ବନ୍ଧା ହୋଇଛନ୍ତି ।
ଅଭିଯୋଗ ଅନୁଯାୟୀ, ବାରମ୍ବାର ଛିଙ୍କିବାରୁ କରୋନା ହୋଇଛି ବୋଲି କହି ବୋହୂକୁ ଶାଶୁଘର ଲୋକ ଗାଳି କରୁଥିଲେ। ଏପରିକି ଖାଇବାକୁ ନ ଦେଇ ତଳେ ଶୋଇବାକୁ ସେମାନେ କହୁଥିଲେ ବୋଲି ନବବଧୂ ଜଣକ ଅଭିଯୋଗ କରିଛନ୍ତି । ଏହା ସହ ସେମାନେ ତାଙ୍କୁ ଯୌତୁକ ନିର୍ୟାତନା ମଧ୍ୟ ଦେଉଥିଲେ। ଅସହ୍ୟ ମାନସିକ ଯନ୍ତ୍ରଣାରୁ ସେ ଥାନାରେ ଏତଲା ଦେଇଛନ୍ତି ବୋଲି ପୀଡିତା କହିଛନ୍ତି ।