ଏମଏଲସି ନିର୍ବାଚନକୁ ନେଇ ବିଜେପିର ବଡ଼ ଘୋଷଣା, ଏହି ମାନଙ୍କୁ ମିଳିବନି ଟିକଟ….

ଉତ୍ତରପ୍ରଦେଶ,ଏଜେନ୍ସି: ବିଧାନସଭା ପରେ ବିଧାନପରିଷଦ ନିର୍ବାଚନ ପାଇଁ ୟୁପିରେ ରାଜଧାନୀ ଜୋର, ହାରିଥିବା ନେତାଙ୍କୁ ଟିକେଟ ଦେବାକୁ ମନା କଲା ବିଜେପି ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ଏବେ ବିଧାନ ପରିଷଦ ପାଇଁ ଋଣନୀତି ଆରମ୍ଭ ହୋଇଯାଇଛି। ଏହି ବିଧାନ ପରିଷଦ ନିର୍ବାଚନର ଟିକେଟ ପାଇଁ ମଧ୍ୟ ବେଶ୍ ଭଲ ଭାବରେ କସରତ ଆରମ୍ଭ ହୋଇଗଲାଣି। ଏହାରି ଭିତରେ ଭାରତୀୟ ଜନତା ପାର୍ଟି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ସିଧାସଳଖ କୁହାଯାଇଛି ଯେ ବିଧାନସଭା ନିର୍ବାଚନରେ ହାରିଥିବା ନେତା ମାନଙ୍କୁ ଟିକେଟ୍ ପ୍ରଦାନ କରାଯିବ ନାହିଁ। ଏମଏଲସି ନିର୍ବାଚନ ପାଇଁ ୩୬ଟି ସିଟ୍ ପାଇଁ ଆସନ୍ତା ମାସ ୯ ତାରିଖରେ ଏହି ନିର୍ବାଚନ କରାଯିବ।

ଏଥିପାଇଁ ମାର୍ଚ୍ଚ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ଏହା ପୁର୍ବରୁ ବିଜେପି ପାର୍ଟି ତରଫରୁ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ବର୍ତ୍ତମାନ ଏହି ନିର୍ବାଚନ ପାଇଁ ଅନେକ ପ୍ରାର୍ଥୀଙ୍କ ନାଁ ମଧ୍ୟ ଏବେ ବେଶ୍ ଚର୍ଚ୍ଚା ହେଉଛି। ବିଧାନସଭା ନିର୍ବାଚନରେ ହାରିଥିବା ନେତାମାନେ ମଧ୍ୟ ଟିକେଟ ପାଇଁ ଲବୀ କରୁଛନ୍ତି।