ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ମୃତ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ୩୨୬ ନଂ ଜାତୀୟ ରାଜପଥରେ ଆଜି ସକାଳେ ଏକ ବୋଲେରୋ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବୋଲେରୋଟି ରାୟଗଡାଠାରୁ ଟିକିରି ଯାଉଥିବା ବାଇକ୍ ଆରୋହୀଙ୍କୁ ଜପାଖାଲ ନିକଟରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀ ନବୀନ ବର୍ମାର ମୃତ୍ୟୁ ହୋଇଯାଇଥିଲା। ବୋଲେରୋଟି ଜଣେ କରୋନା ଆକ୍ରାନ୍ତଙ୍କୁ ଭୁବନେଶ୍ୱର ନେଉଥିବା ଜଣାପଡ଼ିଛି। ରାୟଗଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ କରୁଛି।